କବିସୂର୍ଯ୍ୟନଗର: ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଝାଡବାଇ ପଞ୍ଚାୟତ ରେ ପିଜୁଳି ଚାଷ ବୁଲି ଦେଖିଲେ ଆସ୍କା ସାଂସଦ
ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଝାଡବାଇ ପଂଚାୟତ ନିବାସୀ ଶ୍ରୀ ସୁଶାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିଜ କ୍ଷେତରେ ପିଜୁଳି ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜିର ଦିନରେ ସମସ୍ତେ ଜୀବିକା ନିର୍ବାହ ପାଇଁ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ବେଳେ ଶ୍ରୀ ପଣ୍ଡା କୃଷି କ୍ଷେତ୍ରରେ ମନୋନିବେଶ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି।