ନମସ୍କାର।
ନିଉଜ ଓଡ଼ିଆ ଓଡିଶାକୁ ସ୍ୱାଗତ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ର କନ୍ତିମିଲି ପଞ୍ଚାୟତର ପ୍ରସିଦ୍ଧ ଜଟିଆବାବା ପୀଠକୁ ନିର୍ମାଣ ହେଉଥିବା କଂକ୍ରିଟ୍ ରାସ୍ତାକୁ ନେଇ ଉଠିଛି ନିମ୍ନମାନର କାମ ଅଭିଯୋଗ।
ପ୍ରାୟ ଦୁଇ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଥିବା ବେଳେ, କାର୍ଯ୍ୟସ୍ଥଳରେ ସୂଚନା ଫଳକ ନଥିବା ଅଭିଯୋଗ ହୋଇଛି।
ଏଥିସହ ନିମ୍ନମାନର ବାଲି, ଚିପ୍ସ ଓ ସିମେଣ୍ଟ ବ୍ୟବହାର କରାଯାଉଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି।
ନିର୍ମାଣ ସମୟରେ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତି ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଫଳରେ ରାସ୍ତାର ମାନ ଓ ସ୍ଥାୟୀତ୍ୱକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ଅନ୍ୟପଟେ, ଏହି କାର୍ଯ୍ୟ ପାଇଁ ଦୁଇ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ନେଇ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ସୂଚନା ଫଳକ ନଥିବାରୁ କେଉଁ ଯୋଜନାରୁ ଏବଂ କେତେ ଅର୍ଥ ମଞ୍ଜୁର ହୋଇଛି, ତାହା ନେଇ ଅସ୍ପଷ୍ଟତା ରହିଛି।
ଘଟଣାର ସଠିକ୍ ତଦନ୍ତ କରି ରାସ୍ତାର ମାନ ପରୀକ୍ଷା କରିବା ସହ, ଅନିୟମିତତା ପ୍ରମାଣିତ ହେଲେ ଦାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକ�