ଆଜି ରାତ୍ର ୮ଟା ସମୟରେ, ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ରେଞ୍ଜର ଇନସ୍ପେକଟର ଦିଲ୍ଲୀପ କୁମାର ଶତପଥିଙ୍କ ନେତୃତ୍ୱରେ ସକାଳ ୮.୩୦ଟା ସମୟରୁ l ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୁଣ୍ଡୁଳିଆ ଗ୍ରାମ ପଞ୍ଚାୟତର ତୀରଚିପଡା ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ନେଇ l ଅବକାରୀ ବିଭାଗର ଷ୍ଟାଫ ଓ ପୋଲିସର ମିଳିତରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ତୀରଚିପଡା ଜଙ୍ଗଲର ୨୦ଏକରରେ ଚାଷ ହୋଇଥିବା ୨୪୬୮୦ ଟି ଗଞ୍ଜେଇ ଗଛକୁ କଟରେ କାଟି ନିଆଁରେ ପୋଡି ନଷ୍ଟ କରିଛନ୍ତି l