Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

କୁଚିଣ୍ଡା: ସଇଡ଼ା କୁଣ୍ଡାପୋଷି ଡ଼ଙ୍ଗାଘାଟ ଠାରେ ବାଲିଯାତ୍ରା ଅନୁଷ୍ଠିତ

Kochinda, Sambalpur | Nov 5, 2025
କୁଚିଣ୍ଡା ସଇଡ଼ା ସ୍ଥିତ କୁଣ୍ଡାପୋଷି ଡଙ୍ଗାଘାଟ ଠାରେ ୨୨ ତମ ବିରାଟ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ କୁଚିଣ୍ଡା କୁଣ୍ଡାପୋଷୀ ଡଙ୍ଗାଘାଟ ଟାରେ ଭକ୍ତ ମାନେ ପବିତ୍ର କାର୍ତ୍ତିକ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ଥିଲେ। ଏହି ଅବସର ରେ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିଯାତ୍ରା କମିଟି ସଭାପତି ବିଜୟ ସାହୁଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟା ରେ ନୃତ୍ୟ ପ୍ରତିଯୋଗିତା, ଭଜନ ସନ୍ଧ୍ୟା, ସମ୍ବଲପୁରୀ ଅର୍କେଷ୍ଟ୍ରା ଏବଂ ଫେସନ୍ ସୋ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

MORE NEWS

ଭାରତ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ହର୍ ଘର ତ୍ରିରଙ୍ଗା ପାଳନ ପାଇଁ କୁଚିଣ୍ଡା ସଖୀ କେନ୍ଦ୍ର ରେ ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ  ଏ, ଏସ, ଏ ନର୍ସିଂ କଲେଜ ର ଛାତ୍ର ଛାତ୍ରୀ ମିଶି ବନ୍ଦେ ମାତରଂ ଗାନ କରି କୁଚିଣ୍ଡା ଉପଖଣ୍ଡ ଚିକତ୍ସାଳୟ ରୁ ପୁରୁଣା ବସ୍ ଷ୍ଟାଣ୍ଡ ଅତିକ୍ରମ କରି ରାଜୀବ ଗାନ୍ଧୀ ଛକ ଠାରୁ ପୁଣି ଉପଖଣ୍ଡ ଚିକତ୍ସାଳୟ କୁ ପଦଯାତ୍ରା (ରାଲି) କରି ଅନେକ ସ୍ଲୋଗାନ ଦେଇ ହର୍ ଘର ତ୍ରିରଙ୍ଗା କୁ ସଫଳ ରୂପାୟନ ଦେଇ ଥିଲେ।  ଏହି କାର୍ଯ୍ୟ କ୍ରମ ରେ  ସଖୀ କର୍ମକର୍ତ୍ତା ବର୍ଷା, ରତ୍ନା, ନୟନା, ସୁଜିତ୍, ସପନା, ଅକ୍ଷୟ ସହଯୋଗ କରିବା ସହିତ କେନ୍ଦ୍ର ପ୍ରଶାସିକା  ଜ୍ଯୋତି ପ୍ରଧାନ ଏହି କାର୍ଯ୍ୟକ୍ରମ ଟିକୁ ତୁଲାଇ ଥିଲେ। #TirangaRally #tiranga #amarkuchinda #kuchinda

ଭାରତ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ହର୍ ଘର ତ୍ରିରଙ୍ଗା ପାଳନ ପାଇଁ କୁଚିଣ୍ଡା ସଖୀ କେନ୍ଦ୍ର ରେ ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଏ, ଏସ, ଏ ନର୍ସିଂ କଲେଜ ର ଛାତ୍ର ଛାତ୍ରୀ ମିଶି ବନ୍ଦେ ମାତରଂ ଗାନ କରି କୁଚିଣ୍ଡା ଉପଖଣ୍ଡ ଚିକତ୍ସାଳୟ ରୁ ପୁରୁଣା ବସ୍ ଷ୍ଟାଣ୍ଡ ଅତିକ୍ରମ କରି ରାଜୀବ ଗାନ୍ଧୀ ଛକ ଠାରୁ ପୁଣି ଉପଖଣ୍ଡ ଚିକତ୍ସାଳୟ କୁ ପଦଯାତ୍ରା (ରାଲି) କରି ଅନେକ ସ୍ଲୋଗାନ ଦେଇ ହର୍ ଘର ତ୍ରିରଙ୍ଗା କୁ ସଫଳ ରୂପାୟନ ଦେଇ ଥିଲେ। ଏହି କାର୍ଯ୍ୟ କ୍ରମ ରେ ସଖୀ କର୍ମକର୍ତ୍ତା ବର୍ଷା, ରତ୍ନା, ନୟନା, ସୁଜିତ୍, ସପନା, ଅକ୍ଷୟ ସହଯୋଗ କରିବା ସହିତ କେନ୍ଦ୍ର ପ୍ରଶାସିକା ଜ୍ଯୋତି ପ୍ରଧାନ ଏହି କାର୍ଯ୍ୟକ୍ରମ ଟିକୁ ତୁଲାଇ ଥିଲେ। #TirangaRally #tiranga #amarkuchinda #kuchinda

Kochinda, Sambalpur | Aug 12, 2026

ସ୍ୱାଧୀନତା ଦିବସ ପାଳନ  ଏବଂ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ
କୁଚିଣ୍ଡା:କୁଚିଣ୍ଡା ବରିଷ୍ଠ ନାଗରୀକ ସଂଘ  କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକ ସଂଘର ସଭାପତି  ଶ୍ରୀ ଧୀରେନ୍ଦ୍ର କୁମାର ମହାନ୍ତିଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଯାଇଅଛି  l  ସାଧାରଣ ସଂପାଦକ ଶ୍ରୀ  ଜନ କାମିଲ ଲାକ୍ରା ଗତ ୧୫/୦୭/୨୦୨୬ ତାରିଖ ବୈଠକର ବିବରଣୀ ପାଠ କରିଥିଲେ, l  ସମସ୍ତଙ୍କ ସହମତିରେ ଆସନ୍ତା ସ୍ୱାଧୀନତା ଦିବସ (ଅଗଷ୍ଟ ୧୫ ତାରିଖ) କୁ ବହୁ ଆଡମ୍ବର ସହକାରେ  ପାଳନ କରିବାକୁ ସହମତି ପ୍ରକାଶ କରିବା ସହ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବାବୁ ସମସ୍ତେ ସହମତି ପ୍ରକାଶ କଲେ l  ସେହିପରି ବରିଷ୍ଠ ନାଗରୀକ ସଂଘର ଆସନ୍ତା ସେପ୍ଟେମ୍ବର  ମାସ ୨୩ ତାରିଖରେ ପାଳନ କରିବା ପାଇଁ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରାଯାଇଥିଲା l ଏତଦ ବ୍ୟତୀତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଯଥାସମ୍ଭବ  ବୃକ୍ଷ ରୋପଣ କରିବା ଓ ଏଥିପାଇଁ ଯୁବାବର୍ଗଙ୍କୁ ପ୍ରେରିତ କରିବା ବିଷୟରେ ଆଲୋଚନା କରଯାଇଥିଲା  l   ଆଜି ସଂଘ ରେ ଦୁଇଜଣ  ନୂତନ ସଦସ୍ୟ  ଶ୍ରୀ ପ୍ରଫୁଲ୍ଲ କୁମାର କର ଏବଂ  ଶ୍ରୀ ରମଣୀ କାନ୍ତ ଦ୍ବିବେଦୀ ବିଧିବଦ୍ଧ ଭାବରେ ଯୋଗଦାନ  କରିଥିବାରୁ  ଉଭୟଙ୍କୁ  ସଂଘ ତରଫରୁ ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ ଏବଂ ଡ଼କ୍ଟର ରଞ୍ଜନ କୁମାର ମହାପାତ୍ର  ଙ୍କ ଦ୍ୱାରା ସଂଘର  ପରିଚୟ ପତ୍ର  (ଆଇଡି କାର୍ଡ)  ପ୍ରଦାନ କରି କରତାଳି ସହ  ସେମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହି ବୈଠକରେ ଉପାଦେଷ୍ଟା  ଶ୍ରୀ ଜୟ ପ୍ରକାଶ ଗୁପ୍ତା, ପ୍ରକଳ୍ପ ସଂଯୋଜକ ଶ୍ରୀ କିଶୋର ପ୍ରଧାନ  ଏବଂ ଶ୍ରୀ ପ୍ରଫୁଲ୍ଲ ସାହୁ, ସମ୍ପାଦକ ଶ୍ରୀ ଜଗନ୍ନାଥ ପାଣିଗ୍ରହୀ, କୋଷାଧ୍ୟକ୍ଷ  ଶ୍ରୀ ବନମାଳୀ ଶତପଥି, ଭଦ୍ରକିଷାନ,  ଶ୍ରୀ ପଦ୍ମନାଭ ବେହେରା,  ଶ୍ରୀ ରବି କିସାନ, ଶ୍ରୀ କ୍ଷମାଶୀଳ ପଟେଲ, ଶ୍ରୀ ସରୋଜ ପଟେଲ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ବିନୋଦ ନାୟକ, ଶ୍ରୀ ଵୟୋଲୋଚନ ବାଘ, ଶ୍ରୀ ନନ୍ଦଲାଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l  ଶେଷରେ ସମ୍ପାଦକ ଶ୍ରୀ ତୁଲାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l #kuchindatvlive #kuchinda #OdishaNews #sambalpur

ସ୍ୱାଧୀନତା ଦିବସ ପାଳନ ଏବଂ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ କୁଚିଣ୍ଡା:କୁଚିଣ୍ଡା ବରିଷ୍ଠ ନାଗରୀକ ସଂଘ କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ମହାନ୍ତିଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣ ସଂପାଦକ ଶ୍ରୀ ଜନ କାମିଲ ଲାକ୍ରା ଗତ ୧୫/୦୭/୨୦୨୬ ତାରିଖ ବୈଠକର ବିବରଣୀ ପାଠ କରିଥିଲେ, l ସମସ୍ତଙ୍କ ସହମତିରେ ଆସନ୍ତା ସ୍ୱାଧୀନତା ଦିବସ (ଅଗଷ୍ଟ ୧୫ ତାରିଖ) କୁ ବହୁ ଆଡମ୍ବର ସହକାରେ ପାଳନ କରିବାକୁ ସହମତି ପ୍ରକାଶ କରିବା ସହ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବାବୁ ସମସ୍ତେ ସହମତି ପ୍ରକାଶ କଲେ l ସେହିପରି ବରିଷ୍ଠ ନାଗରୀକ ସଂଘର ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖରେ ପାଳନ କରିବା ପାଇଁ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରାଯାଇଥିଲା l ଏତଦ ବ୍ୟତୀତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଯଥାସମ୍ଭବ ବୃକ୍ଷ ରୋପଣ କରିବା ଓ ଏଥିପାଇଁ ଯୁବାବର୍ଗଙ୍କୁ ପ୍ରେରିତ କରିବା ବିଷୟରେ ଆଲୋଚନା କରଯାଇଥିଲା l ଆଜି ସଂଘ ରେ ଦୁଇଜଣ ନୂତନ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର କର ଏବଂ ଶ୍ରୀ ରମଣୀ କାନ୍ତ ଦ୍ବିବେଦୀ ବିଧିବଦ୍ଧ ଭାବରେ ଯୋଗଦାନ କରିଥିବାରୁ ଉଭୟଙ୍କୁ ସଂଘ ତରଫରୁ ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ ଏବଂ ଡ଼କ୍ଟର ରଞ୍ଜନ କୁମାର ମହାପାତ୍ର ଙ୍କ ଦ୍ୱାରା ସଂଘର ପରିଚୟ ପତ୍ର (ଆଇଡି କାର୍ଡ) ପ୍ରଦାନ କରି କରତାଳି ସହ ସେମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହି ବୈଠକରେ ଉପାଦେଷ୍ଟା ଶ୍ରୀ ଜୟ ପ୍ରକାଶ ଗୁପ୍ତା, ପ୍ରକଳ୍ପ ସଂଯୋଜକ ଶ୍ରୀ କିଶୋର ପ୍ରଧାନ ଏବଂ ଶ୍ରୀ ପ୍ରଫୁଲ୍ଲ ସାହୁ, ସମ୍ପାଦକ ଶ୍ରୀ ଜଗନ୍ନାଥ ପାଣିଗ୍ରହୀ, କୋଷାଧ୍ୟକ୍ଷ ଶ୍ରୀ ବନମାଳୀ ଶତପଥି, ଭଦ୍ରକିଷାନ, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ରବି କିସାନ, ଶ୍ରୀ କ୍ଷମାଶୀଳ ପଟେଲ, ଶ୍ରୀ ସରୋଜ ପଟେଲ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ବିନୋଦ ନାୟକ, ଶ୍ରୀ ଵୟୋଲୋଚନ ବାଘ, ଶ୍ରୀ ନନ୍ଦଲାଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ଶ୍ରୀ ତୁଲାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l #kuchindatvlive #kuchinda #OdishaNews #sambalpur

Kochinda, Sambalpur | Aug 11, 2026