କୁଚିଣ୍ଡା: ସଇଡ଼ା କୁଣ୍ଡାପୋଷି ଡ଼ଙ୍ଗାଘାଟ ଠାରେ ବାଲିଯାତ୍ରା ଅନୁଷ୍ଠିତ
କୁଚିଣ୍ଡା ସଇଡ଼ା ସ୍ଥିତ କୁଣ୍ଡାପୋଷି ଡଙ୍ଗାଘାଟ ଠାରେ ୨୨ ତମ ବିରାଟ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ କୁଚିଣ୍ଡା କୁଣ୍ଡାପୋଷୀ ଡଙ୍ଗାଘାଟ ଟାରେ ଭକ୍ତ ମାନେ ପବିତ୍ର କାର୍ତ୍ତିକ ବୁଡ଼ ପକାଇବା ସହ ଡଙ୍ଗା ଭସାଇ ଥିଲେ। ଏହି ଅବସର ରେ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିଯାତ୍ରା କମିଟି ସଭାପତି ବିଜୟ ସାହୁଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟା ରେ ନୃତ୍ୟ ପ୍ରତିଯୋଗିତା, ଭଜନ ସନ୍ଧ୍ୟା, ସମ୍ବଲପୁରୀ ଅର୍କେଷ୍ଟ୍ରା ଏବଂ ଫେସନ୍ ସୋ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।