ରାଜଗାଙ୍ଗପୁର: ଜଗନ୍ନାଥ ମନ୍ଦିର ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ଯୋଗ ଦେଲେ ବିଧାୟକ
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜଗାଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିର ରେ ଆଜି ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ଙ୍କର ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ ଏକ୍କା ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡିଏସପି ମନୋରଞ୍ଜନ ପ୍ରଧାନ ଅତିରିକ୍ତ ଆଇଆଇସି ବିଜୟ କୁମାର ଦାଶ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।