ଡମଡମଣିରେ ଡବଲ୍ ମସ୍ତି, ଡବଲ୍ ଧମାଲ୍ ଓ ଉତ୍ସାହର ଭରପୂର ମାହୋଲ୍! ଆଜି Modern Eye Care & Super Speciality Clinic, କଟକ ପକ୍ଷରୁ ଆୟୋଜିତ ହୋଇଥିଲା ବାର୍ଷିକ ମିଳନ ଉତ୍ସବ Picnic 2026। #dinaratitv #thecommotimes
ଏହି ଅବସରରେ Modern Eye Careର ତିନୋଟି ହସ୍ପିଟାଲର ଡାକ୍ତର, ମ୍ୟାନେଜମେଣ୍ଟ ଓ ସମସ୍ତ କର୍ମଚାରୀ ଏକାଠି ହୋଇ ଡମଡମଣି ପୀଠ ମନ୍ଦିରରେ ମା'ଙ୍କ ଦର୍ଶନ ଓ ପ୍ରାର୍ଥନା କରିବା ପରେ ବିଭିନ୍ନ କ୍ରୀଡ଼ା, ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ, ରିଲ୍ସ, ଫଟୋସୁଟ୍ ଓ ସେଲ୍ଫି ମାଧ୍ୟମରେ ଦିନଟିକୁ ସ୍ମରଣୀୟ କରିଥିଲେ। ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ଆସର ସାଙ୍ଗକୁ ସମସ୍ତ ଷ୍ଟାଫ୍ଙ୍କ ମିଳିତ ନୃତ୍ୟ ଓ ଉତ୍ସବମୁଖର ପରିବେଶ ପିକନିକ୍ର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା। କର୍ମବ୍ୟସ୍ତତା ମଧ୍ୟରୁ କିଛି ସମୟ ବାହାର କରି ପରସ୍ପର ମଧ୍ୟରେ ସ୍ନେହ, ସହଯୋଗ, ସମ୍ପର୍କ ଓ ଟିମ୍ ସ୍ପିରିଟ୍କୁ ଆହୁରି ମଜବୁତ କରିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। Modern Eye Care – କେବଳ ଏକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ନୁହେଁ, ଏହା ଏକ ପରିବାରର ଅନୁଭବ। ଡମଡମଣିର ଏହି ମନୋରମ ପରିବେଶରେ Picnic 2026 ପାଲଟିଥିଲା ଆନନ୍ଦ, ଏକତା ଓ ଅଭୁଲା ସ୍ମୃତିର ଏକ ସୁନ୍ଦର ଉତ୍ସବ।
Modern eye care... we care for your vision