୫ ଘଣ୍ଟା ପରେ ସାଲୁର ଘାଟିରୁ ହଟିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍, ସ୍ୱାଭାବିକ ହେଲା ଯାତାୟାତ
ଶତାଧିକ ଗାଡ଼ି ଅଟକିଲା, ଯାତ୍ରୀ ଓ ରୋଗୀ ହନ୍ତସନ୍ତ
ସାଲୁର ଘାଟିରେ ଆଳୁ ବୋଝେଇ ଟ୍ରକ୍ ଦୁର୍ଘଟଣା ଯୋଗୁଁ ୫ ଘଣ୍ଟା ଧରି ଯାତାୟାତ ଠପ୍ ହୋଇପଡ଼ିଥିଲା। ଶେଷରେ ସାଲୁର ପ୍ରଶାସନ ଦୁଇଟି କ୍ରେନ୍ ସାହାଯ୍ୟରେ ଟ୍ରକ୍କୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହି ସମୟରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତ୍ରୀ ଓ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ବିଳମ୍ବକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାରେ ତୁରନ୍ତ ଉଦ୍ଧାର ଓ ଯାତାୟାତ ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।