ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍ଘାଟନ; ହିତାଧିକାରୀଙ୍କୁ ସହାୟତା ବଣ୍ଟନ କଲେ ଜିଲ୍ଲାପାଳ
ମାଲକାନଗିରି,୧୭/୯(ଭଲଖବର ):
ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ପକ୍ଷରୁ ଏକ ନୂତନ ଏଟିଏମ୍ର ଶୁଭ ଉଦ୍ଘାଟନ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଏଟିଏମ୍ର ଶୁଭାରମ୍ଭ କରିଥିଲେ।