ମାଲକାନଗିରି ଜିଲ୍ଲା ପ୍ରଶାସନକୁ PNB ପକ୍ଷରୁ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ
ମାଲକାନଗିରି, ୧୮/୦୯: ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ବେରହମ୍ପୁର ସର୍କଲ ପକ୍ଷରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଏକ ମର୍ଚ୍ଚୁଆରୀ ଭ୍ୟାନ୍ ପ୍ରଦାନ କରାଯାଇଛି।
୧୮ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ମାନ୍ୟବର ବିଧାୟକ ନରସିଂହ ମାଡକାମୀଙ୍କ ହସ୍ତରେ ମର୍ଚ୍ଚୁଆରୀ ଭ୍ୟାନ୍ଟି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଉପସ୍ଥିତ ଥିଲେ।