ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖାରିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କ ଉପସ୍ଥିତିରେ ଖାରିଆ ପଂଚାୟତର ଜନସାଧାରଣଙ୍କ ସମସ୍ୟା ସମାଧାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ଓ ସୁଭଦ୍ରା ସମ୍ପର୍କିତ ଅଭିଯୋଗ ଆସିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ହେଉଛି ବାରହା ଓ କୃଷ୍ଣସାର ମୃଗ ଉପଦ୍ରବ।