ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଭୁକ୍ତ ବଡବିଲ ବସ୍ତି, କାରା ଓ ଅନ୍ୟ ଦୁଇଟି ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବଡବିଲ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ଓ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ। ଏହି ଅବସରରେ ସ୍ଥାନୀୟ ୱାର୍ଡ କାଉନସିଲର, ପୌର ଯନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିବା ବେଳେ ନଗରପାଳ ଓ ନିର୍ବାହୀ ଅଧିକାରୀ ପୂଜାର୍ଚ୍ଚନା ସହ ଏହାର ନିର୍ମାଣ କାର୍ଯ୍ୟର ଶୁଭ ଦେଇଥିଲେ।