କଟକ ପୌରାଞ୍ଚଳ: ଓଡ଼ିଶା ହାଇକୋର୍ଟ ରେ ଇ ଏଚ ସି ଆର ପୋର୍ଟାଲ ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି
ଶୁକ୍ରବାର ଅପରାହ୍ନ ରେ ଓଡ଼ିଶା ହାଇକୋର୍ଟ ପରିସର ରେ ଇ ଏଚ୍ ସି ଆର ପୋର୍ଟାଲ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥରେ ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂହ ଅଧ୍ୟକ୍ଷତା କରିବା ସହ ଏହି ପୋର୍ଟାଲ୍ କୁ ଉଦ୍ଘାଟନ କରିଥିଲେ। ବିଶେଷ କରି ଏହି ପୋର୍ଟାଲ ରେ ହାଇକୋର୍ଟ ର ବିଭିନ୍ନ ମାମଲା ର ଶୁଣାଣୀ ପରେ ଏହାକୁ ସଂରକ୍ଷିତ କରାଯିବ । ଆଗାମୀ ଏହାକୁ ଏ ଆଇ ଦ୍ଵାରା ପରିଚାଳନା ନିମନ୍ତେ ନିଷ୍ପତ୍ତି ନିଆଯାଉଥିବା ସୂଚନା ମିଳିଛି । ଏଥରେ ହାଇକୋର୍ଟ ର ବରିଷ୍ଠ ଆଇନଜୀବି ଉପସ୍ଥିତ ଥିଲେ ।