ଡିମିରିପାଲିରେ ୬୯ତମ ସାର୍ବଜନୀନ ଦୁର୍ଗାପୂଜା: ‘ରାବଣ ଦରବାର’ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲାପାଳ
ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ଡିମିରିପାଲି ଗ୍ରାମରେ ଆୟୋଜିତ ୬୯ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ରାବଣ ଦରବାର’ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଇଂ. ରାକେଶ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସାଂସ୍କୃତିକ ମଞ୍ଚରେ ରାବଣ ଭୂମିକାରେ ଅଭିନେତା ସଂଗ୍ରାମ ଦେହୁରୀଙ୍କ ନିଖୁଣ ଓ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଓ ଦର୍ଶକ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ନେଇଥିଲେ।
#BoudhNews #Boudh #Dimiripali #DurgaPuja #RavanaDarbar #BoudhTimes #CulturalEvent #odishanewstoday