ଲୁଧିଆନାରେ 'ଭୂତ' କାର୍ !
ଡ୍ରାଇଭର ବିନା ଆପେ ଆପେ ଲକ୍ ହୋଇ ଦୌଡ଼ିଲା MG Windsor EV !
ଆଧୁନିକ ଫିଚର୍ସ ଏବଂ ସ୍ମାର୍ଟ ଟେକ୍ନୋଲୋଜିକୁ ନେଇ ଚର୍ଚ୍ଚାରେ ଥିବା ଏମଜି (MG) କମ୍ପାନୀର ନୂଆ 'ୱିଣ୍ଡସର ଇଭି' (Windsor EV) କାର୍ ଏବେ ବିବାଦରେ। ଲୁଧିଆନାରେ ଏହି ଗାଡ଼ିଟି ଷ୍ଟାର୍ଟ ଥିବା ଅବସ୍ଥାରେ ହଠାତ୍ ଆପେ ଆପେ ଲକ୍ ହୋଇଯାଇଥିଲା। ଆଉ ତା'ଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଗାଡ଼ି ଭିତରେ କେହି ଡ୍ରାଇଭର ନଥିବା ସତ୍ତ୍ୱେ କାର୍ ଟି ଆପେ ଆପେ ଆଗକୁ ଗଡ଼ିବାକୁ ଲାଗିଥିଲା। ମାଲିକଙ୍କର କାର୍ ଉପରେ କୌଣସି ନିୟନ୍ତ୍ରଣ ନଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ, କିନ୍ତୁ ଏହା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।
ଅତ୍ୟାଧୁନିକ ଇଭି (EV) ଏବଂ ସ୍ୱୟଂଚାଳିତ (Automatic) ସିଷ୍ଟମ୍ ଉପରେ ଏବେ ଏକ ବଡ଼ ପ୍ରଶ୍ନବାଚୀ। ଯଦି ଲକ୍ଷ ଲକ୍ଷ ଟଙ୍କା ଦେଇ କିଣିଥିବା ଗାଡ଼ି ଉପରେ ଚାଳକର ହିଁ କୌଣସି କଣ୍ଟ୍ରୋଲ୍ ରହିବ ନାହିଁ, ତେବେ ରାସ୍ତାରେ ଯାତ୍ରୀଙ୍କ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ ?
#MGWindsorEV #MGWindsor #GhostCar #ElectricVehicle #EVSafety #TechFailure #Ludhiana #MGMotorIndia #OdiaNews #OdishaNews #NewsInOdia #ViralNewsOdia #OdishaTrending #AutoNewsIndia #DriverlessCar #SmartCarFail #BreakingNewsOdia #OdiaViral #Odisha #viralreels
#viralpost
@followers