କଟକ ପୌରାଞ୍ଚଳ: ନାବାଳିକାକୁ ଯୌନ ଶୋଷଣ ସହ ଶାରୀରିକ ନିର୍ଯ୍ୟାତନା ଦେବା ମାମଲାରେ ଜଣକୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ
କଟକ ବିଡାନାସୀ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଯୌନ ଶୋଷଣ କରିବା ସହ ଶାରୀରିକ ନିର୍ଯ୍ୟାତନା ଦେବା ମାମଲାରେ ଜଣକୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ଦୀପକ ମହାରଣା। ଏ ନେଇ ରବିବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।