ବୌଦ୍ଧରେ RSS ପକ୍ଷରୁ 'ଯୁବ ସମ୍ମିଳନୀ' ଆୟୋଜିତ
ବୌଦ୍ଧ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS), ବୌଦ୍ଧ ନଗର ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ବିଶାଳ 'ଯୁବ ସମ୍ମିଳନୀ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବସମାଜକୁ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭାଗୀଦାରୀକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଭାଗ ବୌଦ୍ଧିକ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବକମାନଙ୍କୁ ଚରିତ୍ର ଗଠନ, ଦେଶସେବା ଏବଂ ସମାଜ ପ୍ରତି ନିଜର କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏଥିସହିତ, ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଦିଲ୍ଲୀପ କୁମାର ସାହୁ ସଫଳତାର ସହ ପରିଚାଳନା କରିଥିଲେ। ଏହି ଯୁବ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସଂଘର ସ୍ଵୟଂସେବକମାନେ ଉତ୍ସାହର ସହ ଯୋଗଦେଇଥିଲେ
#RSS #YouthConclave #Boudh #Inspiration #Nationalism #yuvasammilani
Baudh Sadar, Boudh (Bauda) | Aug 23, 2026