ଜୟପୁର OSRTC ବସ୍ ଷ୍ଟାଣ୍ଡରେ ଯାତ୍ରୀ ସୁବିଧା ବୃଦ୍ଧି ଦାବି
ଜୟପୁର: ଜୟପୁର OSRTC ବସ୍ ଷ୍ଟାଣ୍ଡରେ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ATM କାଉଣ୍ଟର, ବିଶୁଦ୍ଧ ପିଇବା ପାଣି ସହ ବିଭିନ୍ନ ମୌଳିକ ସୁବିଧା ଉପଲବ୍ଧ କରାଇବା ଦାବିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିଜେଡିର କର୍ମକର୍ତ୍ତାମାନେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ଜୟପୁର (କୋରାପୁଟ)ର ଜିଲ୍ଲା ପରିଚାଳକ ଶ୍ରୀ ଅରୋଶ୍ରୀ ସାହୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି!