*ଜିଲ୍ଲା ଲେଖକ ସାମ୍ମୁଖ୍ଯର ଗଙ୍ଗାଧର ମେହେର ଜୟନ୍ତୀ*
ରାଉରକେଲା ତା ୬.୯.୨୦୨୬ରିଖ, ରାଉରକେଲାରର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠାଗାର ମିଳିତ ସହଯୋଗରେ ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଲେଖକ ସାମ୍ମୁଖ୍ଯର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ଯବକ୍ତା ଭାବେ ଡ.ନଗେନ ଦାସ ଯୋଗଦେଇ କହିଲେ ଆଧୁନିକ ଓଡିଆ କାବ୍ଯ ସଂରଚନାର ଆଦିପର୍ବରେ ଗଙ୍ଗାଧର ଥିଲେ ଅମ୍ଳାନ ପ୍ରତିଭା | ସେ ପ୍ରାଚୀନତାର ଅନ୍ଧସ୍ତାବକ ନ ଥିଲେ କିମ୍ବା ଆଧୁନିକତାକୁ ପୂର୍ଣ୍ଣ ଅନୁସରଣ କରୁ ନ ଥିଲେ,ସେ ନିରପେକ୍ଷ ଦ୍ରୁଷ୍ଟି ନେଇ ପ୍ରାଚୀନ ଓ ଆଧୁନିକ ବିଚାରାଧାରାକୁ ସିଂଥେସିସ୍ କରିଛନ୍ତି ତାଙ୍କ ରଚନାରେ,ଯେଉଁଠି ପ୍ରକାଶ ପାଇଛି ଉଭୟ ଅତିତର ଜୀବନବୋଧ ଓ ବିଗ୍ଯାନର ସମ୍ମତ ବିଚାର ଅନୁଶୀଳନ ,ମୁଖ୍ଯ ଅତିଥ ଭାଵ ଇଂ.ସୁବାସ ମହାପାତ୍ର କହିଲେ ଉପାନ୍ତ ଅଞ୍ଚଳରେ ଆମ ଭାଷା ସାହିତ୍ଯ ବିଷମ ସଂଙ୍କଟ ଦେଇ ଗତି କରୁଛି ତାର ସୁରକ୍ଷା ଦାୟିତ୍ବରେ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଅଗ୍ରଣୀ ଭୂମିକା ନେବା ଉଚିତ୍ | ସଭାପତିତ୍ବ ଅଭିଭାଷଣରେ ଭୂପେନ ମହାପାତ୍ର ଜିଲ୍ଲା ଲେଖକ ସାମ୍ମଖ୍ଯର ଆଗାମୀ କାର୍ଯ୍ଯକ୍ରମ ବିଷୟରେ ସୂଚନା ଦେଇଥିଲେ |ସାମ୍ମୁଖ୍ଯର ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | ସାମ୍ମୁଖ୍ଯର ସଂପାଦିକା ରଶ୍ମିବାଳା ରାଉତରାୟ ସଂପାଦକୀୟ ଅଭିଭାଷଣ ରଖିଥିଲା ବେଳେ କବୟିତ୍ରୀ ଗୀତାରାଣୀ ବେହେରା ମଂଚ ପରିଚାଳନା କରିଥିଲେ,ଏହି ଅବସରରେ ବିଶିଷ୍ଟ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର "ଏଇଠି ଥିଲା ଗାଁ'ଟିଏ" ଶୀର୍ଷକରେ ଏକ ସୁନ୍ଦର ଗଳ୍ପ ପାଠ କରିଥିଲେ | ଦ୍ବିତୀୟ ପର୍ଯ୍ଯାୟରେ ମଂଜୁଳା କୁମାରୀ ରଥଙ୍କ ସଭାପତିତ୍ବ,କବୀ ଅର୍ଚ୍ଚନା ପାତ୍ର ଓ କବୀ ସୁନିତା ସାହୁଙ୍କ ସଂଯୋଜନାରେ କବି ପରେଶ ବିଶ୍ବାଳ,ପ୍ରତାପ କୁମାର ପଣ୍ଡା,ବଳରାମ ଦାଶ,ଧୋବେଇ ବେହେରା,ନବଘନ ସାମଲ,ଉପେନ୍ଦ୍ର ବସ୍ତିଆ,ଦେବେନ୍ଦ୍ର ବଳ,ବିଜୟ କୁମାର ସାହୁ,ଦିବାକର ଦାଶ,ଗୀତାରାଣୀ ବେହେରା ଆଦି ଅଠର ଜଣ କବି କବିତା ପାଠ କରିଥିଲେ | ସୂର୍ଯ୍ଯମଣୀ ପଣ୍ଡା,ବ୍ରଜ କିଶୋର ପାଣି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ,ଶେଷରେ ପାଠାଗାରର ସାଧାରଣ ସଂପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ||