କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିନସ୍ଥ ବଦଲିପାହାଡ଼ ରୁ ମାଓ ସାମଗ୍ରୀ ଜବତ କରାଯାଇଛି।କୋରାପୁଟ ଏସପି ରୋହିତ ବର୍ମାଙ୍କ ସୂଚନା ଅନୁସାରେ ଯେଉଁ ମାଓବାଦୀ ମାନେ ଆତ୍ମ ସମର୍ପଣ କରିଛନ୍ତି। ସେମାନଙ୍କୁ ପଚାର ଉଚରା କରାଯାଇଥିଲା। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପାହାଡ଼ ରୁ ଗୋଟେ ଇନଶାସ ରାଇଫଲ ବନ୍ଧୁକ,6ଟି ଦେଶୀ ବନ୍ଧୁକ, କ୍ଲାମର ମାଇନ,7ଟି ଟିଫିନ ବୋମା, ମାଓବାଦୀ କିଟ ବ୍ୟାଗ, ମାଓ ପୁସ୍ତକ, ଔଷଧ ଓ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଅସ୍ତ୍ର ଓ ବିସ୍ଫୋରକ ଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସିଆଲ ଜୋନାଲ କମିଟି ମାଓବାଦୀ କ୍ୟାଡରଙ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ସାମଗ୍ରୀ ସାଧାରଣ ଲୋକ ଓ ସୁରକ୍ଷା କର୍ମୀ ଉପରେ ଆକ୍ରମଣ ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି। କୋରାପୁଟ ଜ଼ିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ମାଓବାଦୀ ଙ୍କ ଉପରେ କୋରାପୁଟ ପୋଲିସ ର ନଜର ରହିଛି ବୋଲି ଏକ ସାମ୍ବାଦିକ ସମ୍ବିଳନୀ କରି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।
#Deshduniyakhabar24 #koraput #naxal #NaxalFreeIndia