ସିଆରିମାଳିଆ ଗାଁରେ ନଳକୂପ ଅଚଳ ମରାମତି ପାଇଁ ଦାବୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସିଆରିମାଲିଆ ଗାଁରେ ୧୦ଦିନ ହେବ ନଳକୂପ ଅଚଳ ହୋଇ ପଡ଼ିଛି । ଗାଁରେ ପ୍ରାୟ ୧୫୦ ପରିବାର ପିଇବା ପାଣି ଡହଳ ବିକଳ ହେଉଛନ୍ତି। ଯଥା ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସୋମବାର ଅପରାହ୍ନ ଚାରିଟା ପ୍ରଶାସନକୁ ଦାବୀ କରିଛନ୍ତି ଗ୍ରାମବାସୀ ।