ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ଆସିଲା ବଡ଼ ଖବର: ଖୁବଶୀଘ୍ର 'ତେଇଶମାଇଲ' ଷ୍ଟେସନକୁ ଗଡ଼ିବ ଟ୍ରେନ୍! 🛤️
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ। ଯାତ୍ରୀମାନଙ୍କ ପାଇଁ ଖୁବଶୀଘ୍ର ଖୋଲିବାକୁ ଯାଉଛି 'ତେଇଶମାଇଲ' ଷ୍ଟେସନ। ଏ ସମ୍ପର୍କରେ ସମ୍ବଲପୁର DRM ସୁବାସ ଚୌଧୁରୀ ପୁରୁଣାକଟକ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କରିବା ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି।
ଦୁଇଟି ଭାୟାଡକ୍ଟ ଓ ୭ ନମ୍ବର ଟନେଲ ଦେଇ ଖୁବଶୀଘ୍ର ଗଡ଼ିବ ରେଳ।ସମ୍ବଲପୁର ଡିଭିଜନ DRM ସୁବାସ ଚୌଧୁରୀ ଏକ ସ୍ୱତନ୍ତ୍ର ସମୀକ୍ଷା ଟ୍ରେନରେ ଯାତ୍ରା କରି ମନମୁଣ୍ଡାଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ସମସ୍ତ ଷ୍ଟେସନର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଷ୍ଟେସନଗୁଡ଼ିକରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ରେଳ ବିଭାଗର କର୍ମଚାରୀ ଓ ଠିକାସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସବୁବେଳେ ଚେଷ୍ଟିତ। ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ବିଧିବଦ୍ଧ ଭାବେ ତେଇଶମାଇଲ ଷ୍ଟେସନକୁ ରେଳ ଚଳାଚଳ କରିବ।ଆଗାମୀ ଦିନରେ ଏହି ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ କ୍ଷେତ୍ରରେ ଏହା ଏକ ବଡ଼ ସୁବିଧା ଆଣିଦେବ।
#OdishaNews #KhurdaBalangirRailway #TeisamaileStation #IndianRailways #SambalpurDRM #RailwayUpdate #OdishaDevelopment