ବରଗଡ: ନିଶା ଦ୍ରବ୍ୟ ବିକ୍ରି ବନ୍ଦ ଦାବି ନେଇ ଏସପି ଅଫିସରେ ଦାବିପତ୍ର ପ୍ରଦାନ କଲେ ଜିଲ୍ଲା ମହିଳା କଂଗ୍ରେସ କମିଟି,ଶୁଣନ୍ତୁ ପ୍ରତିକ୍ରିୟା
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ସମୟରେ ସହରରେ ନିଶା ଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲା ମହିଳା କଂଗ୍ରେସ କମିଟି | ମଙ୍ଗଳବାର ଅପରାହ୍ନ ୩ ଘଣ୍ଟା ସମୟରେ ମହିଳା କଂଗ୍ରେସ କମିଟି ପକ୍ଷରୁ ଏସପି ଅଫିସରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଧନୁଯାତ୍ରା ସମୟରେ ସହରରେ ନିଶା କାରବାର ବନ୍ଦ ପାଇଁ ଦାବି କରାଯାଇଛି | ଏହି ସମୟରେ ଚୋରି ସହ ଅନେକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନିଶା କାରବାର ବନ୍ଦ କରିବା ପାଇଁ ଦାବି କରାଯାଇଛି ।