ସୁନ୍ଦରଗଡ ସହର: ଟାଙ୍ଗର ପାଲି ବ୍ଲରେ ବିଡ଼ିଓଙ୍କ ନାମରେ ଦୁର୍ନିତି ଅଭିଯୋଗ, ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଯୋଗିମାଲ ଗ୍ରାମବାସୀ ଜିଲାପାଳଙ୍କୁ କଲେ ଅଭିଯୋଗ
ଆଜି ଡ଼ିସେମ୍ବର 1 ତାରିଖ ମାସର ପ୍ରଥମ ସୋମବାର, ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଯୋଗି ମାଲ ଗ୍ରାମବାସୀ। ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପ ବଦଲାଇବା ପାଇଁ ଜମିର ଭୁଲ୍ ତଥ୍ୟ ଦେଇ ଥିବା ଅଭିଯୋଗ ଆଣିଛନ୍ତି ଟାଙ୍ଗରପାଲି ବିଡ଼ିଓଙ୍କ ନାମରେ। ବାରମ୍ବାର ଟାଙ୍ଗରପାଲି ବିଡ଼ିଓ ଓ ଟାଙ୍ଗର ପାଲି ତାହସିଦାରଙ୍କ ଦ୍ୱାରସ୍ଥ ହୋଇ ଏହି ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦ୍ଵିତୀୟ ଥର ପହଞ୍ଚିଛନ୍ତି । ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁ ଭିତରେ ବର୍ଷା ପାଣି ନିଷ୍କାସନ ପାଇଁ ଦୀର୍ଘ ବର୍ଷରୁ ଏକ କଲଭର୍ଟ ତିଆରି ହୋଇଥିଲା l ତେବେ ଅତୀତରେ ଏକ ସିମେଣ୍ଟ ବୋଝେ