ବାରିପଦା ସଦର: ପଶ୍ଚିମବଙ୍ଗରୁ ଉଦ୍ଧାର ହେଲେ ୧୫ ଓଡ଼ିଆ ଶ୍ରମିକ: ୧୪ ଜଣ ନାବାଳକ ସାମିଲ
ପଶ୍ଚିମବଙ୍ଗର ଶଙ୍କରପୁରରୁ ବାଲେଶ୍ୱର ଓ ମୟୂରଭଞ୍ଜର ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ଅଛନ୍ତି। ମାଛଧରା କାମରେ ବନ୍ଧୁଆ ଶ୍ରମିକ ଭାବେ ସେମାନଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି।