ଦରଡ଼ା ଦୁର୍ଗା ମଣ୍ଡପରେ ପବିତ୍ର କୁଆଁରୀ ପୂଜା ଅନୁଷ୍ଠିତ: ଭକ୍ତିମୟ ପରିବେଶରେ କୁମାରୀମାନଙ୍କୁ ପୂଜନ କଲା କମିଟି
ଶକ୍ତିପୀଠ ଓ ମଣ୍ଡପମାନଙ୍କରେ ମାଆ ଦୁର୍ଗାଙ୍କ ଆରାଧନା ସାଙ୍ଗକୁ ପରମ୍ପରା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଦୁର୍ଗା ମଣ୍ଡପରେ କୁଆଁରୀ ପୂଜା ଅତ୍ୟନ୍ତ ନିଷ୍ଠା ଓ ଭକ୍ତିଭାବ ସହକରେ ସମ୍ପନ୍ନ ହୋଇଯାଇଛି।ଦଶହରା ତଥା ପୂଜା ଉତ୍ସବର ଏହି ପବିତ୍ର ଅବସରରେ ଦରଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମଣ୍ଡପ ପ୍ରାଙ୍ଗଣରେ ବାଳିକାମାନଙ୍କୁ ମାଆ ଦୁର୍ଗାଙ୍କ ଜୀବନ୍ତ ସ୍ୱରୂପ ଭାବେ ପୂଜା କରାଯାଇଥିଲା। କମିଟିର କର୍ମକର୍ତ୍ତା ଓ ପୁଜକମାନେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି କୁଆଁରୀମାନଙ୍କ ପାଦ ଧୋଇ, ଫୁଲ, ଚନ୍ଦନ ଓ ଉପହାର ପ୍ରଦାନ କରି ଆଶୀର୍ଷାଦ ଗ୍ରହଣ କରିଥିଲେ।ଏହି ମହିମାମୟ ପୂଜା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ମଣ୍ଡପରେ ଏକାଠି ହୋଇଥିଲେ। ସମଗ୍ର ପରିବେଶଟି ଏକାନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ହୋଇଉଠିଥିଲା। ପୂଜା କମିଟିର ଏଭଳି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
Surajtv Surajtv Odia #kuaaripujan #darada #basta #balasore