ସମ୍ବଲପୁର ମ୍ୟୁନିସିପାଲଟି: ଜୁଲାଇ 17 ତାରିଖ ଦିନ ବନ୍ଦ ପାଳନ ନେଇ ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ମିଶ୍ର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରଖିଲେ ପ୍ରତିକ୍ରିୟା
କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଜୁଲାଇ 17 ତାରିଖ ଦିନ ସମ୍ବଲପୁର ଠାରେ ବନ୍ଦ ପାଳନ ନେଇ ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ମିଶ୍ର ଆଜି ରାତିରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ଯେ ଏଫ ଏମ୍ କଲେଜ୍ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ସମ୍ବଲପୁର ଠାରେ ରେଳ ,ବସ୍ , ଦୋକାନ ବଜାର, ସ୍କୁଲ କଲେଜ କୁ ବନ୍ଦ କରାଯିବ ବୋଲି ସେ ସୁଚନା ଦେଇଛନ୍ତି।