ଡେଲି ମାର୍କେଟ ଗଣେଶ ପୂଜା କମିଟି ପଦ୍ମପୁର ପକ୍ଷରୁ #ଅନ୍ନଭୋଗ_ବଣ୍ଟନ
ପଦ୍ମପୁର ୧୯/୯ : ପବିତ୍ର ଗଣେଶ ପୂଜା ଅବସରରେ ପଦ୍ମପୁର ଡେଲି ମାର୍କେଟ ଗଣେଶ ପୂଜା କମିଟି ପକ୍ଷରୁ ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ରାଜେଶ ଗୁର୍ଲାଙ୍କ ଅଧ୍ୟକ୍ଷତାରେ ଏହି ଅର୍ଣ୍ଣଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମକୁ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଉଦ୍ଘାଟନ କରିଥିଲେ। ପରେ ପଦ୍ମପୁର ସହର ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇ ଅର୍ଣ୍ଣଭୋଗ ସେବନ କରିଥିଲେ।
କାର୍ଯ୍ୟକ୍ରମରେ ଗଣେଶ ପୂଜା କମିଟିର ସଭାପତି ହରେଶ ଡୁଙ୍ଗୁରି, ଉପସଭାପତି ସୁରଜ ସୁନା, ସମ୍ପାଦକ ଅନିଲ ଗୁର୍ଲା ଓ କୋଷାଧ୍ୟକ୍ଷ ଅଜିତ ବିଶ୍ୱାସଙ୍କ ସମେତ ଗୋପବନ୍ଧୁ ଶିକା, ଦିନବନ୍ଧୁ ବାରିକ,ଲାଲୁ, କାଳିଆ, ନରେଶ, ସୁଦାମ, ଆଲୋକ, ରୁଦ୍ର, ବିଜୟ, ଦୀପକ, ସଞ୍ଜୟ, ପିଣ୍ଟୁ, ଭାନୁ ପ୍ରମୁଖ କମିଟି ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
ଗଣେଶ ପୂଜା ଅବସରରେ ଆୟୋଜିତ ଏହି ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରା, ସେବା ଓ ସାମାଜିକ ଏକତାର ବାର୍ତ୍ତା ପ୍ରକାଶ ପାଇଥିଲା।