ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟିର ବୈଠକ ପରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ଜିଲ୍ଲାରେ ମେ ମାସ 14 ତାରିଖରୁ ରବି ଧାନ କିଣା ବିକା ପାଇଁ ମଣ୍ତି ଖୋଲିବା ନେଇ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକରେ ନିଷ୍ପତି ନିଆଯାଇଥିଲା।ଏହି ବୈଠକକୁ ଚାଷୀ ସଂଗଠନ ଗୁଡିକ ପକ୍ଷରୁ ବର୍ଜନ କରାଯାଇଥିବା ବେଳେ ପ୍ରଥମଥର ପାଇଁ ଚାଷୀଙ୍କ ବିନା ଉପସ୍ଥିତରେ ବୈଠକ ସମାପନ ହୋଇଛି l ବୈଠକରେ ମେ 14 ରୁ ମଣ୍ତି ଖୋଲିବ ବୋଲି ନିଷ୍ପତି ନେଇଛି l ଏହାସହ ଚଳିତ ବର୍ଷ ଜିଲ୍ଲାରେ 16 ହଜାର 490 ଜଣ ଚାଷୀ ଧାନ ବିକ୍ରି କରିଵେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖିଥିଲେ।