ସମ୍ବଲପୁର ମ୍ୟୁନିସିପାଲଟି: ଦୁର୍ଗାପାଲି ରେଲୱେ ଓଭରବ୍ରିଜ ଯଥାଶୀଘ୍ର ଉଦଘାଟନ ନେଇ ଦାବି କଲେ ଜନ ସାଧାରଣ<nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ସମ୍ବଲପୁର ଦୁର୍ଗାପାଲି ରେଲୱେ ଫାଟକ ଉପରେ ନିର୍ମାଣ ହୋଇଥିବା ଦୁର୍ଗାପାଲି ରେଲୱେ ଓଭରବ୍ରିଜକୁ ଯଥାଶୀଘ୍ର ଉଦଘାଟନ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଏହି ଦୁର୍ଗାପାଲି ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇ ସାରିଥିବା ବେଳେ ଏହାର ଉଦ୍ଘାଟନ ପାଇଁ ନିର୍ଦ୍ଧାରିତ ତାରିଖ ମଧ୍ୟ ଥରେ ବାତିଲ ହୋଇସାରିଛି। ତେଣେ ରେଲୱେ ଓଭରବ୍ରିଜ ଉଦଘାଟନ ହୋଇପାରି ନଥିବାରୁ ଜନସାଧାରଣ ବାଧ୍ୟ ହୋଇ ରେଲୱେ ଫାଟକ ଦେଇ ଯିବା ସମୟରେ ଟ୍ରେନ ଚଳାଚଳ ବେଳେ ରେଲଫାଟକ ବନ୍ଦ ରହୁଥିବାରୁ ବହୁସମୟ ଅପେକ୍ଷା କରି ଅକାରଣେ ଅସୁବିଧା ଭୋଗୁଛନ୍ତି। ଏନେଇ ଆଜି ଜନସାଧାରଣ ନିଜ ପ୍ରତିକ୍ରିୟା ରଖିଥିଲେ।