ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲିରେ ଆଦର୍ଶ ଅନୁଷ୍ଠାନ ଠାରେ ବାଲ୍ୟ ବିବାହ ରୋକିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ସମ୍ବଲପୁର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ବାଲ୍ୟବିବାହ ରୋକିବା ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦର୍ଶ ଅନୁଷ୍ଠାନ ପକ୍ଷରୁ ଜ୍ୟୋତି ଶତପଥୀଙ୍କ ସମେତ ଅନ୍ୟ ସଭ୍ୟ ମାନେ କହିଛନ୍ତି ଯେ ଅକ୍ଷୟ ତୃତିୟା ଏକ ପବିତ୍ର ତିଥି ଥିବାରୁ ସେଦିନ ବହୁ ବିବାହ ହେବା ମଧ୍ୟ ସମ୍ଭାବନା ଥିବାରୁ ସେଦିନ ବିଭିନ୍ନ ମନ୍ଦିରକୁ ଯାଇ ପୁଜକ ମାନଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ଶପଥପାଠ କାର୍ଯ୍ୟକ୍ରମ କରାଯାଇ କୈାଣସି ମନ୍ଦିର ଠାରେ ଯେପରି ବାଲ୍ୟ ବିବାହ ନହୋଇପାରିବ ସେନେଇ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ।