ସମ୍ବଲପୁର ମ୍ୟୁନିସିପାଲଟି: ରହମଦନଗର ବାସିନ୍ଦା ମାନେ ନିଜ ଅଞ୍ଚଳର ସମସ୍ୟା ସମାଧାନ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେଲେ ଦାବିପତ୍ର ପ୍ରଦାନ
ସମ୍ବଲପୁର ସୁନାପାଲି ରହମଦନଗର ବାସିନ୍ଦା ମାନେ ଆଜି ନିଜ ଅଞ୍ଚଳର ବହୁବିଧ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ରହମଦନଗର ବାସିନ୍ଦା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇଙ୍କୁ ସାକ୍ଷାତ କରିବାସହ ଦାବିପତ୍ର ପ୍ରଦାନ କରି ଅଭିଯୋଗ କରିଛନ୍ତି ଯେ ରହମଦନଗର ଠାରେ ଅଞ୍ଚଳବାସିଙ୍କ ପାଇଁ କଂକ୍ରିଟ ରାସ୍ତା, ବିଦ୍ୟୁତ ଖୁଣ୍ଟ ନଥିବା ବେଳେ ଜଳଯୋଗାଣ ପାଇଁ ପାଇପଲାଇନ ମଧ୍ୟ ନାହଁ , ଏନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ।