ଧୂମାଭଟ୍ଟା କଲେଜର ଅଧ୍ୟାପକ ରାଜସାହୁ ଏବଂ ଡେମୋଷ୍ଟେଟର ପିକୁନ ସାହୁ ଶୁକ୍ରବାର ଅପରାହ୍ନରେ ରେ ଏକ ବାଇକ ରେ କଲେଜ ରୁ ନିଜ ଘର ପାଟଣାଗଡ଼ ବଥଲା କୁ ଫେରୁଥିଲେ ।ଜୁବା ନିକଟରେ ପାଟଣାଗଡ଼ ପଟରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଏଥିରେ ଉଭୟେ ଗୁରୁତର ହୋଇ ପଡିଥିଲେ ତାଙ୍କୁ ଉଦ୍ଧାର କରି ପ୍ରଥମ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ କରାଯାଇ ପରେ ବଲାଙ୍ଗୀର କୁ ନିଆଯାଇଛି ।ଧକ୍କା ଦେଇଥିବା ବାଇକ ର ଚାଳକ ସାମାନ୍ୟ ଆହତ ହୋଇ ଥିବାର ଜଣାଯାଇଛି ।