#ପ୍ରାୟ_୧୫_ଫୁଟ_ଲମ୍ବର_ଅଜଗର_ଉଦ୍ଧାର
କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ପ୍ରାୟ ୧୫ ଫୁଟ ଲମ୍ବର ଏହି ଅଜଗରକୁ ଦେଖି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗର କର୍ମଚାରୀ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଅଜଗରଟିକୁ ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି |
#latastnewsupdate #pabitranewsodisha #latastnews #Keonjhar #ghatagaon
Kendujhar Town, Kendujhar | Aug 12, 2026