କେନ୍ଦୁଝର ମେଘା ହୋଟେଲରେ,
ଗ୍ରାହକଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ।
ଘଟଣାର ଏକ ଭିଡିଓ
ଏବେ ସାମ୍ନାକୁ ଆସିଛି।
ସମସ୍ତେ ଚାହାଁନ୍ତି,
ହୋଟେଲରୁ ଭଲ ଓ ସ୍ୱାଦିଷ୍ଟ ଖାଦ୍ୟ ମିଳୁ।
ତା' ସହିତ, ହୋଟେଲ ମାଲିକ ଓ କର୍ମଚାରୀଙ୍କ ଠାରୁ
ଭଲ ବ୍ୟବହାର ମଧ୍ୟ ଆଶା କରନ୍ତି।
କିନ୍ତୁ କେନ୍ଦୁଝର ମେଘା ହୋଟେଲରେ
ଜଣେ ଗ୍ରାହକଙ୍କ ସହ ବ୍ୟବହାରକୁ ନେଇ
ଏବେ ପ୍ରଶ୍ନ ଉଠିଛି | ଗ୍ରାହକଙ୍କ ଅଭିଯୋଗ
ଭିଡିଓରେ ଗ୍ରାହକ ଜଣକ
ଖାଦ୍ୟ ଠିକ୍ ଲାଗିନଥିବା କହୁଛନ୍ତି।
ସେ କହୁଛନ୍ତି,
ଖାଦ୍ୟ ଠିକ୍ ନଲାଗିବାରୁ
ବିଲ୍ରୁ ୫୦ ଟଙ୍କା କାଟିବାକୁ କହିଥିଲେ।
ଗ୍ରାହକ ଜଣକ ଆହୁରି କହୁଛନ୍ତି,
ସେ ପ୍ରାୟ ୫ ବର୍ଷ ହେଲା
ଏହି ହୋଟେଲକୁ ଆସୁଛନ୍ତି।
ପୂର୍ବରୁ କେବେ ଅଭିଯୋଗ କରିନଥିଲେ।
କିନ୍ତୁ ଏଥର ଖାଦ୍ୟ ଠିକ୍ ଲାଗିନଥିବାରୁ
ସେ ଅଭିଯୋଗ କରିଥିବା କହିଛନ୍ତି |
ଏହାକୁ ନେଇ,
ଗ୍ରାହକ ଓ ହୋଟେଲ ମାଲିକଙ୍କ ମଧ୍ୟରେ
କଥା କଟାକଟି ହୋଇଥିବା ଭିଡିଓରେ ଦେଖାଯାଉଛି।
ଅଭିଯୋଗ ହେଉଛି, ଅନ୍ୟ ଗ୍ରାହକମାନେ ଖାଉଥିବା ସମୟରେ ସେମାନଙ୍କ ସମ୍ମୁଖରେ
ଗ୍ରାହକଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା |
ଏଠାରେ ପ୍ରଶ୍ନ ଉଠୁଛି,
ଜଣେ ଗ୍ରାହକ ଖାଦ୍ୟକୁ ନେଇ
ଅଭିଯୋଗ କଲେ,
ତାଙ୍କ ସହ ଆଲୋଚନା କରି
ସମାଧାନ କରାଯାଇପାରିନଥାନ୍ତା କି?
ଯଦି ଗ୍ରାହକଙ୍କର ଭୁଲ ଥିଲା,
ତାଙ୍କୁ ବୁଝାଇ
ଶାନ୍ତିପୂର୍ଣ୍ଣ ଭାବେ
ଘଟଣାର ସମାଧାନ କରାଯାଇପାରିଥାନ୍ତା।
ତେବେ ଏହି ଘଟଣାର
ପ୍ରକୃତ ସତ୍ୟ କଣ?
ତାହା ଜାଣିବା ପାଇଁ
ଉଭୟ ପକ୍ଷର କଥା ସାମ୍ନାକୁ ଆସିବା ଆବଶ୍ୟକ।
ଆପଣ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ।
ଘଟଣାଟିକୁ ବୁଝନ୍ତୁ।
ଏବଂ ଆପଣଙ୍କ ମତାମତ
କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
#Breakingnews #odishanews #meghahotel #keonjhar #Pabitranewsodisha