ଆନନ୍ଦପୁର: ନନ୍ଦିପଦା ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ
ନନ୍ଦିପଦା ଥାନାରେ ଆଜି ସନ୍ଧ୍ୟା ୫ଟା ବେଳେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଏସ. ଆଇ ଅନୁପ କର, ଗୋପାଳ ମିଶ୍ର, ବିନୀତା ଲାକ୍ରା, ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ଜେନା, ଧୂଶାସନ ସାହୁ, ମୋହନ କୁମାର ବେହେରା, ବୀରେନ୍ଦ୍ର କୁମାର ବିଶ୍ୱାଳ, ପ୍ରମୋଦ ନାୟକ, ପ୍ରସନ୍ନ ମହାନ୍ତି, ବାଳକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଥାନା ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।