Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka
image
image

SMS News Bureau Rourkela ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ, କମ୍ରେଡ ବନମାଳୀ ଧୁପାଳଙ୍କ ପୂଣ୍ୟତିଥି ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ। ରାଉରକେଲା: କମ୍ରେଡ ବନମାଳୀ ଧୁପାଳଙ୍କ ପଞ୍ଚମ ପୂଣ୍ୟତିଥି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର , ରକ୍ତଦାନ ଶିବିର ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପ୍ରୟାତ କମ୍ରେଡ ଧୁପାଳ ଜଣେ ସତ୍ୟନିଷ୍ଠ ଶ୍ରମିକ ନେତା ଭାବେ କୋଇଡା,କାଲଟା , ଟେନସା ଆଦି ଅଞ୍ଚଳରେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଥିଲେ ଅଗ୍ରଗଣ୍ୟ। ସେହିପରି ସେ ମୃତ୍ୟୁ ପରେ ତାଙ୍କ ଶରୀରକୁ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଥିଲେ । ଏହି କ୍ରମରେ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ବିଶ୍ରା ବ୍ଲକ୍ ସ୍ଥିତ ଉଡୁଷୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ ମଧୁସ୍ମିତା ଧୁପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଟ୍ରଷ୍ଟି ଧନେଶ୍ଵର ଦାସଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ଆପୋଲୋ ହସ୍ପିଟାଲ ଓ ହାଇଟେକ୍ ମେଡିକାଲ୍ କଲେଜର ବରିଷ୍ଠ ସ୍ନାୟୁ ବିଶେଷଜ୍ଞ ତଥା ଟ୍ରଷ୍ଟର ସଭାପତି ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ ଶତପଥୀ, ଔଷଧ ବିଶେଷଜ୍ଞ ଡାକ୍ତର ରାକେଶ ଖଟୁଆ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତାସି କ୍ରିଷ୍ଣନ, ସର୍ଜରୀ ବିଶେଷଜ୍ଞ ଡାକ୍ତର ଅରୁଣ ପାଣ୍ଡେ ପ୍ରମୁଖ ଯୋଗଦେଇ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ଚିକିତ୍ସା ସହ ଉପଦେଶ ଓ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଫୁଲମଣି କେରକେଟା,ସରପଞ୍ଚ ଦୁଲାରୀ ଖାଖା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ ଯୋଗଦେଇ ଟ୍ରଷ୍ଟ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ଡ ଧୁପାଳ ସ୍ବର୍ଗତ ପିତା ବନମାଳୀଙ୍କ ପୂଣ୍ୟ ତିଥି ଅବସରରେ ତାଙ୍କର ଜୀବନାଦର୍ଶ, ସମାଜ ପ୍ରତି ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତାର କିପରି ମୂର୍ତ୍ତିବନ୍ତ ବ୍ୟକ୍ତିତ୍ଵ ଥିଲେ ତାହା ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରଷ୍ଟି ଶ୍ରୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରଥମ ଡାକ୍ତରୀ ପଢୁଥିବା ଛାତ୍ର ସତ୍ୟ ଓରାମ, ଆଶାକର୍ମୀ ଜୟନ୍ତୀ ନାୟକ,ସୁମନ ଓରାମ, ସ୍ବେଚ୍ଛାସେବୀ ମେରୀ ବାର୍ଲା,ଚୁମାନୀ ଓରାମ, ଶାନ୍ତି ମାଝୀ,ଲିଲି ସଏ, ଶିକ୍ଷକ ସଞ୍ଜୟ ଲାକ୍ରା, ସ୍କୁଲ ପରିଚାଳନା ସଭାପତି ଶୀତଳ ସମାସୀ,ସୁମିତ ଓରାମ ଓ ହସ୍ପିଟାଲ ତରଫରୁ ନିଲୁ ଦାସ, ସୁଶାନ୍ତ କୁମାର ସାହୁ,ଆର୍ଯ୍ୟନ ପ୍ରସାଦ, ରାହୁଲ କୁମାର ସାହୁ, ସଞ୍ଜୀବ ସାମଲ, ହେମନ୍ତ ଦାସ, ଆଶିଷ ତିୱ।ରୀ, ସିଦ୍ଧାର୍ଥ ସାହୁ, ରବିନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ହାଇଟେକ୍ ମେଡିକାଲ୍ କଲେଜ ଠାରେ ଏକ ରକ୍ତଦାନ ଶିବିର ଓ ବୈକୁଣ୍ଠ ଘାଟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ସେମାନଙ୍କ ନିଃସ୍ଵାର୍ଥପର ସେବା ପାଇଁ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।