କାଶୀନଗର: ପାରଳାଖେମୁଣ୍ଡି-ଗୁଣୁପୁର ରାଜପଥ ୪ ଏବେ ମରଣଯନ୍ତା, ଅନାବନା ଗଛ ପାଇଁ ବଢୁଛି ଦୁର୍ଘଟଣା
ପାରଳାଖେମୁଣ୍ଡିରୁ ଗୁଣୁପୁର ଯାଉଥିବା ରାଜ୍ୟ ରାଜପଥ ୪ରେ ଅନାବନା ଗଛ ଓ ଲଟା ମାଡି ଯାଇଥିବାରୁ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। କାଶୀନଗର ଅଞ୍ଚଳରେ ଏହି ସମସ୍ୟା ଗୁରୁତର ହୋଇପଡିଥିବାରୁ ତୁରନ୍ତ ରାସ୍ତା ପାର୍ଶ୍ୱ ସଫା କରିବାକୁ ଦାବି ହୋଇଛି।