ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିରେ ଶାରଦୀୟ ଦୁର୍ଗାପୂଜା: ଦର୍ଶନ ପାଇଁ ଭିଡ଼
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିରେ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୂଜାରେ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସାହିବାସୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହେଉଛି।