ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ଓ ଜବାହର ଯୁବକ ସଂଘ ଗୁଡ଼େଶିରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ
ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଡ଼େଶିରା ଗ୍ରାମର ଡୁଙ୍ଗୁରୀ ଠାରେ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ (ଫାଉଣ୍ଡେସନ ଫର୍ ଏଜୁକେସନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ଏବଂ ଜବାହର ଯୁବକ ସଂଘ ଗୁଡ଼େଶିରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଫିଡ୍ ଟ୍ରଷ୍ଟର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଗୁଡ଼େଶିରା ଗ୍ରାମର ଡୁଙ୍ଗୁରି ଠାରେ ଥିବା ସତ୍ୟମହିମା ଧର୍ମ ଆଶ୍ରମ ପରିସରରେ ଲାଲମଣି ବାବା, ସୂର୍ଯ୍ୟ ମାତା, ମେଘନାଦ ବାବା,ତପନ ବାବା ପ୍ରଥମେ ଚାରା ରୋପଣ କରିଥିଲେ। ଏହାପରେ ଆଶ୍ରମ ସନ୍ନିକଟ ଯାତ୍ରା ପଡ଼ିଆର ଚତୁପାର୍ଶ୍ୱରେ ଚାରା ରୋପଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ଜିଲ୍ଲା ସମୀକ୍ଷା ଅଧିକାରୀ ଫଣୀନ୍ଦ୍ର କୁମାର ତାଣ୍ଡି, ବରଗଡ଼ର ଏଡିସନାଲ୍ ସି.ଏସ.ଓ ଶମ୍ଭୁ ପ୍ରସାଦ ହରପାଲ, କଟାପାଲି କଲେଜର ପ୍ରିନ୍ସିପାଲ ସଞ୍ଜୀବ ସୁନା, ସମୀକ୍ଷା ତତ୍ତ୍ୱାବଧାରକ ଅରକ୍ଷିତ ଭୁଏ, ବଗେଇବିରା ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପ୍�
Bargarh, Bargarh (Baragarh) | Aug 24, 2026