ଆସନ୍ତା କାଲି ଅନୁଷ୍ଠିତ ହେବ ୭୮ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା | ରାଜ ମହଲ,ରଙ୍ଗ ମହଲ ସହ ସହରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ତେବେ ଏନେଇ ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ବାସୀ କଚେରୀ ଠାରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ଆସନ୍ତା କାଲି ଅପରାହ୍ନ 2 ଘଣ୍ଟା ସମୟରେ ଗାନ୍ଧୀ ଛକରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମା ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯିବ | ସନ୍ଧ୍ୟା ୭ ଘଣ୍ଟା ସମୟରେ ରାଜ ଦରବାରର ଉଦଘାଟନୀ କାର୍ଯ୍ୟକ୍ରମ ରହିଥିବା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେବେ ।