ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଶିକାର ଉଦ୍ଧେଶ୍ୟରେ ପ୍ରବେଶ କରିଥିବା ଦୁଇ ଜଣ ଅନୁପ୍ରବେଶକାରୀଙ୍କୁ ମଙ୍ଗଳବାର ବନ ବିଭାଗ ପକ୍ଷରୁ ଧରାଯାଇଛି। ଶିମିଳିପାଳରେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ଜରିଆରେ ଅନୁପ୍ରବେଶକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଏନେଇ ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ୱାଇଲଡ଼ ଲାଇଫ ସୁଶାନ୍ତ କୁମାର ନନ୍ଦ ଏକ୍ସ ଜରିଆରେ ସେୟାର କରି ସୂଚନା ଦେଇଛନ୍ତି।