ଫେବୃଆରୀ ୧୩ ତାରିଖ ସକାଳ ୧୧ଟା ୪୫ ମିନିଟର ସୂଚନା ଅନୁଯାୟୀ ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ଗ୍ରାମପଞ୍ଚାୟତ ସ୍ଥିତ ତୁରାମରା ଗ୍ରାମ ନିବାସୀ ଯୁବ ଚାଷୀ ଡିଲେଶ୍ୱର ବେହେରା ଜଣେ ସଫଳ ଚାଷୀ ଭାବେ ନିଜର ବେଶ ପରିଚୟ ସୃଷ୍ଟି କରିପାରିଛନ୍ତି, ନିଜ ବଗିଚାରେ ଦୃଢ଼ ଇଛାଶକ୍ତି ଯୋଗୁଁ ଷ୍ଟ୍ରବେରୀ ଚାଷକରି ଅଞ୍ଚଳରେ ଯୁବ ପିଢ଼ିପାଇଁ ଉଦାହରଣ ପାଲଟିବା ସହ ସ୍ୱାବଳମ୍ବି ହୋଇ ପାରିଛନ୍ତି, ଏହାକୁ ଦେଖି ଅଞ୍ଚଳର ଯୁବପିଢ଼ିମାନେ ଚାକିରୀ ପଛରେ ନ ଧାଇଁ ଡିଲେଶ୍ୱର ବେହେରାଙ୍କ ଠାରୁ ପ୍ରେରଣା ପାଇ, ନିଜ ଜାଗାରେ ଚାଷକରି ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହିତ ହୋଇ ପଡିଛନ୍ତି