ଦନ୍ତାହାତୀ ତାଣ୍ଡବ: ଘର ଭାଙ୍ଗି ଫସଲ ଉଜାଡ଼ିଲା
******************
କନ୍ଧମାଳ ଜିଲ୍ଲାରେ ହାତୀ ଉପଦ୍ରବ ପୁଣି ଉଦୟଗି ପରେ ଟିକାବାଲି ରେ ଚିନ୍ତା ବଢ଼ାଇଛି। ଉଦୟଗିରି ବନାଞ୍ଚଳର ୨୩ ଟିକିଆ ହାତୀପଲ ପଲ ମଧ୍ୟରୁ ଏକ ଦନ୍ତାହାତୀ ଅଲଗା ହୋଇ ଟିକାବାଲି ରେଞ୍ଜ ଅଞ୍ଚଳରେ ତା-୧୧/୦୬/ ୨୬ ଠାରୁ ୫ ଦିନ ମଧ୍ୟରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । ପ୍ରଥମ ଦିନରେ ପ୍ରବେଶ କରୁକରୁ ରୂଦା ବିଦିଙ୍ଗିଆ , ବୁଡା ମାହା ଓ ପିକରଡ଼ି ଗ୍ରାମରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଦେଇଛି। ଗତ ୧୩ ତାରିଖ ରାତିରେ ଦନ୍ତାହାତୀ ଟି କେଞ୍ଜାଗୁଡା ଅଲାର ସାହି ଓ ଡାଡ୍ରୀ ସାହିରେ ପ୍ରବେଶ କରି ସଚିନ୍ଦ୍ର ପ୍ରଧାନ
ଓ ଗଙ୍ଗାଧର ପ୍ରଧାନଙ୍କ ଘର ସହିତ ଗୁହାଳ ମଧ୍ୟ ଭାଙ୍ଗି ଦେଇଥିଲା। ପରେ ବାଡିମାହା ଗ୍ରାମରେ ରେ ପଶି ଧାନ, ଧାଇ ଚାଉଳ ଓ ପନିପରିବା ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀରର ଉପଦ୍ରବ ଯୋଗୁଁ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ରାମବାସୀ ରାତି ଉଜାଗର ରହି । ପୁଣି ୧୪/୦୬/୨୬ ରାତ୍ର ସମୟରେ ଦନ୍ତାହାତୀ ଦିଗ ପରିବର୍ତ୍ତନ କରି ଗାର୍ଡିଙ୍ଗିଆ ପଞ୍ଚାୟତ ଉସ୍ପାଗୁଡା ଗ୍ରାମର ବିବେକା ନନ୍ଦ ବେହେରା ଙ୍କ ଘର ଭାଙ୍ଗିଦେଇ ଧାନ, ଚାଉଳ ଖାଇ ଦେଇଥିବା ବେଳେ ମଣ୍ଡାଗୁଡା ଗ୍ରାମର ବାବୁ ପ୍ରଧାନ ଙ୍କ କଦଳୀ ବଗିଚା କୁ ମାଟିରେ ମିଶାଇ ଦେଇଛ ଓ କାନ୍ଥଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିବା ଜଣାପଡିଛି।ଖବର ପାଇ ଟିକାବାଲି ରେଞ୍ଜର ରଶ୍ମୀରଞ୍ଜନ ସ୍ବାଇଁ, ଫରେଷ୍ଟର ଦୁର୍ଗା ପ୍ରସାଦ ଦାସ , ଫରେଷ୍ଟର ଗାର୍ଡ ଅରୁଣ କୁମାର ପାତ୍ର ଓ ବନ କର୍ମଚାରୀମାନେ ଗାର୍ଡିଙ୍ଗିଆ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ଦନ୍ତାହାତୀ କୁ ଘଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଘୋଡା ଯାଇଥିଲା । ହାତୀଟି ମଣ୍ଡା ଗୁଡ଼ି ଦେଇ ପାବୁରୀଆ ବନ୍ୟାଞ୍ଚଳ କୁ ଯାଇଥିବା ସୂଚନା ଦେଇଛନ୍ତି ବନ ବିଭାଗ। ଗ୍ରାମ ଗୁଡ଼ିକରେ ଡାକବାଜି ମାଧ୍ୟମରେ ସଚେତନତା କରାଯାଇ ରାତି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୈଣସି ପ୍ରଶାସନିକ ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବଗସୀ ।ଦନ୍ତାହାତୀର ଆତଙ୍କ ଦୂର କରିବା ସହ କ୍ଷତିଗ୍ରସ୍ତ ପରି ପରିବାରଙ୍କୁ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ରୁ ହେମନ୍ତ ମୁଖି ଙ୍କ ରିପୋର୍ଟ