ଗୁଣୁପୁର: ରାୟଗଡ଼ରେ ଗଞ୍ଜେଇ ଚାଷୀଙ୍କୁ ବିକଳ୍ପ ଚାଷ ପାଇଁ ପ୍ରଶାସନର ପ୍ରଶିକ୍ଷଣ
ରାୟଗଡ଼ ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଗାର୍ଡେନଭଟା ଗ୍ରାମରେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ପ୍ରଶାସନ ପଦକ୍ଷେପ ନେଇଛି। ଚାଷୀମାନଙ୍କୁ ଆମ୍ବ, ପଣସ, ପିଜୁଳି ଓ ବିଭିନ୍ନ ଅର୍ଥକାରୀ ଫସଲ ଚାଷ ପାଇଁ ପ୍ରଶିକ୍ଷଣ ସହ ବିହନ ଓ ଚାରା ପ୍ରଦାନ କରାଯାଇଛି। ଗୁଣପୁର ଉପଜିଲ୍ଲାପାଳ ଚାଷୀମାନଙ୍କୁ ଏହି ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି।