ସୁରଭି-୨୦୨୬: ଯୋଗିନ୍ଦ୍ରପୁର କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ!
ଛାତ୍ରଛାତ୍ରୀଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଜି କଣ୍ଟାମାଳ ବ୍ଲକାନ୍ତର୍ଗତ ଯୋଗିନ୍ଦ୍ରପୁର କ୍ଲଷ୍ଟରସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ପ୍ରତିଭାବାନ ଶିଶୁମାନେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ବକ୍ତୃତା ଓ ବିଭିନ୍ନ ସୃଜନଶାଳୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଗୁରୁଜୀ, ଗୁରୁମାଆ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା!
#Surabhi2026 #Kantamal #JogindrapurCluster #SchoolEvent #OdishaEducation #YoungTalents #BoudhUpdate