ବୌଦ୍ଧରେ ଉତ୍ସାହର ସହ ପାଳିତ ହୋଇଯାଇଛି "ତ୍ରିରଙ୍ଗା ଯାତ୍ରା"
ଦେଶପ୍ରେମ ଓ ଏକତାର ବାର୍ତ୍ତା ନେଇ ଅନୁଷ୍ଠିତ ଏହି ତ୍ରିରଙ୍ଗା ଯାତ୍ରାରେ ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୂରି ଭୂରି ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ଦେଓ, ମଣ୍ଡଳ ପ୍ରତିନିଧି ନରେଶ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀକ୍ଷେତ୍ର ମହାକୁଳ ଓ ଏକଲବ୍ୟ ମହାକୁଳ, ମଣ୍ଡଳ ଉପସଭାପତି ପ୍ରୀତିଶ୍ ପାତ୍ର, ଯୁବନେତା ଦିଲ୍ଲୀପ ଖଟୁଆ, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଉପେନ୍ଦ୍ର କର୍ମୀ, ସୁନନ୍ଦ ବାଘଙ୍କ ସମେତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଏହାସହ ମୁଣ୍ଡିପଦର ଉଚ୍ଚ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅରୁଣ ସାହୁ, ଅଧ୍ୟାପକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଭାଗିତା ଏହି ଯାତ୍ରାକୁ ଅଧିକ ଜାକଜମକ ଓ ସଫଳ କରିଥିଲା।
#TirangaYatra #Boudh #Patriotism #HarGharTiranga #Boudhnews