ଅମ୍ବାଭୋନା: ଭୁକ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ବିଦ୍ୟୁତ ବିଭାଗ ତରଫରୁ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ଅମ୍ୱାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତ ରେ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ ରେ ରହିଥିବା ଅନେକ ତ୍ରୁଟୀ ର ସମାଧାନ ନିମନ୍ତେ ବିଦ୍ୟୁତ୍ ବିଭାଗର ଅନୁବିଭାଗୀୟ ଅଧିକାରୀ ତରଣୀ ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ବିଚାର କରି ସମାଧାନ ନିଷ୍କର୍ଷ କରାଯାଇଥିଲା।ଏଥିରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅମରେଶ ପ୍ରସାଦ ତ୍ରିପାଠୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଏହି ଅଦାଲତ ଆଜି 10 AM ରୁ ଆରମ୍ଭ ହୋଇଥିଲା