⛰️ ଇଜାର ମାଳି ପାହାଡ଼ ସୁରକ୍ଷା ପାଇଁ ଏକଜୁଟ ହେଲେ ୨୫ ଖଣ୍ଡ ଗ୍ରାମବାସୀ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୋଡାପଦର ଇଜାର ମାଳି ପାହାଡ଼ର ସୁରକ୍ଷା ଦାବିରେ ୨୫ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନିଜର ମତ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଇଜାର ମାଳି ପାହାଡ଼ ସେମାନଙ୍କ ଜୀବିକା, ଜଳ, ଜଙ୍ଗଲ ଓ ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ଏହାର ସୁରକ୍ଷା ପାଇଁ ସେମାନେ ଏକତାର ବାର୍ତ୍ତା ଦେଇଛନ୍ତି।
🌿 "ଜଙ୍ଗଲ ବଞ୍ଚିଲେ ଜୀବନ ବଞ୍ଚିବ, ପାହାଡ଼ ବଞ୍ଚିଲେ ପରିବେଶ ବଞ୍ଚିବ।"
#Koraput #Pottangi #Ijarmali #SaveNature #SaveForest #Odisha