#ବନ୍ଧାହେଲେ_ITDA_ସହକାରୀ_ନିର୍ବାହୀ_ଯନ୍ତ୍ରୀ_ବୈକୁଣ୍ଠନାଥ
ବନ୍ଧାହେଲେ ITDA ବାଲିଗୁଡ଼ାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା। ଦୁଇଦିନ ଧରି ଭିଜିଲାନ୍ସ ଚଢାଉ ପରେ ବ୍ୟାଙ୍କ ଲକରରୁ ୨ କୋଟି ୪ ଲକ୍ଷ ଟଙ୍କା, ମୋଟ୍ ୨୦ ହଜାର ବର୍ଗଫୁଟରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ୫ଟି ବହୁତଳ କୋଠା ଠାବ ହୋଇଛି, ଯେଉଁଥିରୁ କେବଳ ଭୁବନେଶ୍ୱରରେ ରହିଛି ୪ଟି ଆଲିଶାନ କୋଠା। ୧୪ଟି ଦାମୀ ପ୍ଳଟ୍, ୫୦୦ ଗ୍ରାମ୍ ସୁନା ଅଳଙ୍କାର ଆଉ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ର ସନ୍ଧାନ ପାଇଛି ଭିଜିଲାନ୍ସ। ଏହାପରେ ବି ବୈକୁଣ୍ଠଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ଖୋଲିବା ବାକି ରହିଛି। ଗଲା ଦେଢବର୍ଷରେ ୪୯ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ସାମ୍ନାକୁ ଆସୁଛି ଇଞ୍ଜିନିୟର ବାବୁମାନଙ୍କ କଳାଧନ ପେଡିର ଗୁମର ।
#VigilanceRaid_BaikunthanathBehera #CorruptionCase_ITDA
#OdishaVigilance_Baliguda #EngineerArrest_Odisha
#DisproportionateAssets #AntiCorruptionDrive #VigilanceInvestigation #GovernmentOfficer #BaikunthanathBeheraCase_Baliguda
#ITDAEngineerRaid_Odisha #VigilanceAction_Bhubaneswar #newodishatv