ସମ୍ବଲପୁର ମ୍ୟୁନିସିପାଲଟି: ଅମ୍ବିରା ନଗର ସ୍ଥିତ ଏକ ଦୋକାନ ସମ୍ମୁଖରୁ ବାଇକ ଚୋରି ଅଭିଯୋଗ, ଜଣେ ଗିରଫ, ବାଇକ ଜବତ
ସମ୍ବଲପୁରର ଅମ୍ବିରା ନଗର ସ୍ଥିତ ଏକ ଦୋକାନ ସମ୍ମୁଖରୁ ଗତ ୨୮ ତାରିଖରେ ଏକ ବାଇକ ଚୋରି ହୋଇଥିଲା । ଏହି ଘଟଣାରେ ବାଇକ ମାଲିକ ସାକ୍ଷୀପଡା ନିବାସୀ ଦୁର୍ଗା ପ୍ରସାଦ ମୋଚି ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଇଁଠାପାଲି ଥାନାରୁ ମାତ୍ର ୧୦୦ ମିଟର ଦୂରରୁ ବାଇକ ଚୋରି ହୋଇଥିବାରୁ ପୁଲିସ ସକ୍ରିୟ ହୋଇ ମୁଦିପଡା ହାଉସିଂ ବୋର୍ଡ କଲୋନୀ ନିବାସୀ ସମୀର କୁମାର ପୃଷ୍ଟି ନାମକ ଜଣେ ଯୁବକଙ୍କୁ ଧରିବା ସହିତ ତା ନିକଟରୁ ଚୋରି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତକୁ ପୁଲିସ ଅଦାଲତକୁ ଚାଲାଣ କରିଛି ।